ଶୁଖିଲା ପତ୍ରର କଥା
ପଞ୍ଚମ ଶ୍ରେଣୀ (୩ୟ ପାଠ)
କବି ପରିଚୟ:-
ସାରକଥା -
ପୂର୍ବେ ଗୁରୁକୂଳ ଆଶ୍ରମରେ ବିଦ୍ୟା ଶିକ୍ଷାର ବ୍ୟବସ୍ଥା ପାରମ୍ପରିକ ଭାବରେ ପ୍ରଚଳିତ ହୋଇ ଆସୁଥିଲା। ବିଦ୍ୟା ଶିକ୍ଷା ସମୟରେ ବିଦ୍ୟାର୍ଥୀ ମାନେ ବେଦ ପାଠ, ପୂଜାର୍ଚ୍ଚନା କାର୍ଯ୍ୟ, ଯଜ୍ଞ ପାଇଁ କାଠ ସଂଗ୍ରହ କରିବା ଶିଷ୍ୟ ମାନଙ୍କ ମୁଖ୍ୟ କାର୍ଯ୍ୟ ଥିଲା ।
ସେହିଭଳି କୌଣସି ଏକ ଗୁରୁକୂଳ ଆଶ୍ରମରେ ୨ ଜଣ ଶିଷ୍ୟ ବିଦ୍ୟା ଶିକ୍ଷା କରିଥିଲେ । ସେମାନଙ୍କ ନାମ ଥିଲା ଶିଶିର ଓ ତୁଷାର । ବିଦ୍ୟା ଶିକ୍ଷା ସମାପନ ପରେ ଗୁରୁଙ୍କୁ କିଛି ଗୁରୁ ଦକ୍ଷିଣା ଦେବାର ପରମ୍ପରା ଥାଏ । ଏହି ଦୁଇ ଜଣ ଶିଷ୍ୟଙ୍କ ବିଦ୍ୟା ଶିକ୍ଷା ସମାପ୍ତ ହେବା ପରେ ସେମାନେ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେବା ପାଇଁ ମନସ୍ଥ କଲେ ଓ ନିଜ ଗୁରୁଙ୍କ ପାଖକୁ ଗଲେ ନିଜର ଅଭିଳାଷ ଜଣେଇବା ପାଇଁ । କିନ୍ତୁ ସେହି ଶିଷ୍ୟ ଦୁଇ ଜଣଙ୍କ ପାଖରୁ କୌଣସି ଗୁରୁ ଦକ୍ଷିଣା ଗ୍ରହଣ କରିବା ନିମନ୍ତେ ରାଜି ହେଲେ ନାହିଁ । ଗୁରୁଙ୍କ ଏଭଳି ବ୍ୟବହାରରେ ସେମାନେ ମର୍ମାହତ ହେଲେ । ଏହି ପରିସ୍ଥିତି ଶିଷ୍ୟଙ୍କ ଦେଖି ଗୁରୁ , ଦକ୍ଷିଣା ନେବା ପାଇଁ ରାଜି ହେଲେ । କିନ୍ତୁ ଗୁରୁ ଦକ୍ଷିଣା ଗ୍ରହଣ କରିବା ପାଇଁ ଗୁରୁ କିଛି ସର୍ତ୍ତ ରଖିଲେ । ସର୍ତଟି ହେଲା ସେ କିଛି ଶୁଖିଲା ପତ୍ର ଗୁରୁଦକ୍ଷିଣା ଭାବରେ ଗ୍ରହଣ କରିବେ ଯାହାକି କାହାର କାମରେ ଲାଗୁ ନ ଥିବ । ଏଭଳି ଗୁରୁ ଦକ୍ଷିଣା କଥା ଗୁରୁଙ୍କ ଠାରୁ ଶୁଣି ଶିଷ୍ୟ ଦୁଇଜଣ ଆଶ୍ଚର୍ଯ୍ୟ ହେଲେ । କିନ୍ତୁ ଗୁରୁଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେମାନେ ଶୁଖିଲା ପତ୍ର ଅନ୍ଵେଷଣରେ ବାହାରିଗଲେ ।
No comments:
Post a Comment